୩୯୮ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୧୪।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷିଆ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କଟକଣା ଲଗାଇଛନ୍ତି। ଏହାର ଜବାବ ଦେଇ ରୁଷିଆ ଆମେରିକା କଂଗ୍ରେସର ୩୯୮ ସଦସ୍ୟଙ୍କୁ ଯାତ୍ରା ପ୍ରତିବନ୍ଧକ ତାଲିକାରେ ରଖିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଚଳିତ ବର୍ଷ ମାର୍ଚ୍ଚ ୨୪ ରେ ରୁଷିଆର ୩୨୮ ଆଇନଜୀବୀଙ୍କ ବିରୋଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଯାତ୍ରା ନିଷେଧାଦେଶକୁ ଜବାବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ବାଇଡେନ୍‌ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ନୂତନ ସାମରିକ ସହାୟତା ଭାବରେ ଆର୍ଟିଲାରି ଏବଂ ହେଲିକପ୍ଟର ସମେତ ୮୦୦ ମିଲିୟନ ଡଲାର ଅନୁମୋଦନ କରିବା ପରେ ପୁଟିନ୍‌ ଏହି ପଦକ୍ଷେପ ନେଇଛନ୍ତି। ଏହା ବ୍ୟତୀତ ପୁଟିନ୍‌ କାନାଡା ସିନେଟର ୮୭ ଜଣ ସଦସ୍ୟଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି।

Share