ମସ୍କୋ,୨୬ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡୋଶୀ ଦେଶ ବେଲାରୁସ ସହ ଏକ ଡିଲ କରିଛନ୍ତି । ଏହି ଡିଲ ଆଧାରରେ ରୁଷିଆ ଜୁଲାଇ ପର୍ଯ୍ୟନ୍ତ ବେଳାରୁସ ସୀମାରେ ଟାକ୍ଟିକାଲ ପରମାଣୁ ଅସ୍ତ୍ର ରଖିବ ।
ରାଷ୍ଟ୍ରପତି ପୁଟିନ ଶନିବାର ଏହି ସୂଚନା ଦେଇ କହିଛନ୍ତି, ବେଲାରୁସ ସହ ଏହି ଡିଲ ପରମାଣୁ ଅପ୍ରସାର ଚୁକ୍ତିର ଉଲ୍ଲଂଘନ ନୁହେଁ । ଆମେରିକା ଦୀର୍ଘ ଦଶକ ହେବ ତା’ର ୟୁରୋପୀୟ ସହଯୋଗୀ ଦେଶର ସୀମାରେ ପରମାଣୁ ଅସ୍ତ୍ର ରଖି ଆସୁଛି ।
ପୁଟିନ କହିଛନ୍ତି, ରୁଷିଆ ଓ ବେଲାରୁସ ମଧ୍ୟରେ ସହମତି ହୋଇଯାଇଛି କି ଆମେ ପରମାଣୁ ଅସ୍ତ୍ରର ଅପ୍ରସାର ଚୁକ୍ତିର ଉଲ୍ଲଂଘନ ନ କରି ଏମିତି କରିବୁ । ପୁଟିନ ଆହୁରି ମଧ୍ୟ କହିଛନ୍ତି, ବଲୋରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶୋଂକୋ ବହୁ ପୂର୍ବରୁ ଦେଶରେ ପରମାଣୁ ଅସ୍ତ୍ର ରଖିବା କଥା କହି ଆସୁଥିଲେ । ସୂଚନାଯୋଗ୍ୟ, ବେଲାରୁସର ସୀମା ପୋଲାଣ୍ଡକୁ ଲାଗିଛି, ଯେ କି ନାଟୋର ସଦସ୍ୟ ।