ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…

କ୍ୱିଭ୍‌,୧୭।୩ : ୟୁକ୍ରେନ୍‌ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ ଆଖିବୁଜା ଗୁଳି ମାଡ଼ କରିଥିବା କୁହାଯାଉଛି। ଥିଏଟରରେ ଚିଲଡ୍ରେନ୍‌ ବୋଲି ଲେଖାଥିଲା। ମାତ୍ର ଏହାକୁ ଅଣଦେଖା କରି ରୁଷିଆ ସୈନ୍ୟ ବାହିନୀ ବୋମାମାଡ଼ ସହିତ ଗୁଳି ମାଡ଼ କରିଥିଲେ।

ଏଠାରେ ବହୁ ନାଗରିକ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଛୋଟ ପିଲା ଥିଲେ। ସେହିପରି ଏକ ସୁଇମିଂ ପୁଲ୍‌ ନେପ୍ଟୟୁନ୍‌ ଉପରେ ମଧ୍ୟ ବୋମା ମାଡ଼ କରାଯାଇଛି। ଉଭୟ ଥିଏଟର ଏବଂ ସୁଇମିଂ ପୁଲରେ ଅଧିକ ସଂଖ୍ୟକ ମହିଳା ଏବଂ ଛୋଟପିଲା ମୃତାହତ ହୋଇଥିବାର ଆଶଙ୍କା ରହିଥିବା କୁହାଯାଉଛି।

Share