ରୁଷିଆ ଏବେ ଆଉ କାରବାର କରିପାରିବ ନାହିଁ ଡଲାର, ୟୁରୋ, ପାଉଣ୍ଡ

ଓ୍ବାଶିଂଟନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ  ରୁଷିଆ ବିରୋଧରେ ନୂତନ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆକ୍ରମଣର ଜବାବରେ ବାଇଡେନ ମସ୍କୋର ବ୍ୟାଙ୍କିଙ୍ଗ, ଟେକ୍ନୋଲୋଜି ଏବଂ ଏରୋସ୍ପେସ କ୍ଷେତ୍ରକୁ ଟାର୍ଗେଟ କରିଛନ୍ତି। ଏହା ଅଧୀନରେ ରୁଷିଆ ଆଉ ଡଲାର, ପାଉଣ୍ଡ ଏବଂ ୟୁରୋ ବାଣିଜ୍ୟ କରିବାରେ ସକ୍ଷମ ହେବ ନାହିଁ।

ଏହି ପ୍ରତିବନ୍ଧକ ରୁଷିଆର ଡଲାର, ୟୁରୋ, ପାଉଣ୍ଡ ଏବଂ ୟେନରେ ବାଣିଜ୍ୟ କରିବାର କ୍ଷମତାକୁ ସୀମିତ ରଖିବା ପାଇଁ ଉଦ୍ଦିଷ୍ଟ। ଏହା ସହିତ ଆମେରିକା ୫ଟି ପ୍ରମୁଖ ରୁଷିଆ ବ୍ୟାଙ୍କକୁ ମଧ୍ୟ ଟାର୍ଗେଟ କରିଛି। ଏଥିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସାବର୍‌ ବ୍ୟାଙ୍କ ଏବଂ ଭିଟିବି ମଧ୍ୟ ଅନ୍ତର୍ଭୁକ୍ତ। ରୁଷିଆର ବୃହତ୍ତମ ଋଣଦାତା ସବର ବ୍ୟାଙ୍କ ଆଉ ଆମେରିକୀୟ ବ୍ୟାଙ୍କ ସାହାଯ୍ୟରେ ଟଙ୍କା ସ୍ଥାନାନ୍ତର କରିବାରେ ସକ୍ଷମ ହେବ ନାହିଁ।

Share