ଓଡେସା ବନ୍ଦରରେ ପୁଣି ଋଷର ଏୟାର ଷ୍ଟ୍ରାଇକ୍‌

କିଭ୍‌,୧୯।୭: କ୍ରିମିଆ ପୋଲ ଉପରେ ଆକ୍ରମଣ ହେବା ପରଠାରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଋଷ ଲଗାତାର ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ ଟାର୍ଗେଟ୍‌ରେ ରଖିଛି। ମଙ୍ଗଳବାର ରାତିରେ ଋଷ ଓଡେସା ବନ୍ଦରରେ ଏୟାର ଷ୍ଟ୍ରାଇକ କରିଛି। ଦକ୍ଷିଣ ଓଡେସା ବନ୍ଦରରେ ଋଷର ଆକ୍ରମଣକୁ ୟୁକ୍ରେନର ବାୟୁସେନା ପ୍ରତିରୋଧ କରୁଛିି ବୋଲି ଓଡେସାର ରାଜ୍ୟପାଳ କହିଛନ୍ତି।

Share