ୟୁକ୍ରେନ୍ ଉପରେ ରୁଷିଆର ସାଇବର ଆଟାକ

ମସ୍କୋ,୨୮ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହେଲାଣି । ହେଲେ ଏବେବି ଯୁଦ୍ଧ ଜାରି ରହିଛି । ଆରମ୍ଭରୁ ଅନୁମାନ କରାଯାଉଥିଲା କି ରୁଷିଆ ଆଗରେ ୟୁକ୍ରେନ୍ ବେଶୀଦିନ ତିଷ୍ଠି ପାରିବ ନାହିଁ । ହେଲେ କିଛି ଦେଶର ସହଯୋଗକୁ ନେଇ ଏପର୍ଯ୍ୟନ୍ତ ଛୋଟିଆ ଦେଶ ୟୁକ୍ରେନ୍ ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବା ସହ ଏହାର କଡା ଜବାବ ଦେଇ ଚାଲିଛି । ଏବେ ରୁଷିଆ ୟୁକ୍ରେନ ଉପରେ ମିଶାଇଲ, ଗୁଳିଗୋଳା ସହ ସାଇବର ଆଟାକ କରିଥିବା ସୂଚନା ମିଳିଛି । ମାଇକ୍ରୋସପ୍ଟ କମ୍ପାନୀ ବୁଧବାର ଜାରି ଏକ ରିପୋର୍ଟରେ କହିଛି ରୁଷିଆ ସରକାରଙ୍କ ସମର୍ଥିତ ହ୍ୟାକର କିଛି ଦିନ ବେହ ୟୁକ୍ରେନର ଡଜନ ସଙ୍ଗଠନ ଉପରେ ସାଇବର ଆଟାକ କରି ଡାଟା ନଷ୍ଟ କରି ଦେଇଛନ୍ତି । ଏହାସହ ସୂଚନାର ଏକ ଅରାଜକ ପରିବେଶ ସୃଷ୍ଟି କରିଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି କି ଆକ୍ରମଣର ପ୍ରାୟ ଅର୍ଦ୍ଧେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମୀ ଉପରେ ଥିଲା ଏବଂ ବିସ୍ଫୋରଣ ସହିତ ଏକାସାଙ୍ଗରେ ଏହିପରି ଆକ୍ରମଣ କରାଯାଇଥିଲା । ମାଇକ୍ରୋସଫ୍ଟ କହିଛି, ରୁଷିଆ ସହିତ ଜଡିତ ଗୋଷ୍ଠୀ ମାର୍ଚ୍ଚ ୨୦୨୧ରୁ ଏହି ଆକ୍ରମଣ ପ୍ରସ୍ତୁତ କରୁଛନ୍ତି, ଯାହା ଫଳରେ ସେ ନେଟୱର୍କକୁ ହ୍ୟାକ କରି ରଣନୀତି ଓ ଯୁଦ୍ଧ କ୍ଷେତ୍ରର ଗୁପ୍ତ ସୂଚନା ଏକାଠି କରି ଭବିଷ୍ୟତରେ ଏହାର ବ୍ୟବହାର କରିପାରିବେ । ରିପୋର୍ଟ ଅନୁଯାୟୀ, ଯୁଦ୍ଧ ସମୟରେ ହ୍ୟାକରମାନେ ସାଧାରଣ ନାଗରିକଙ୍କ ନିର୍ଭରଯୋଗ୍ୟ ସୂଚନା ତଥା ଗୁରୁତ୍ୱପୂର୍ଣ୍ଣ ସେବାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ।

Share