୩ ଜଣ ହାଇପରସୋନିକ କ୍ଷେପଣାସ୍ତ୍ର ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୮।୫ : ରୁଷିଆର ହାଇପରସୋନିକ କ୍ଷେପଣାସ୍ତ୍ରରେ କାର୍ଯ୍ୟ କରୁଥିବା ତିନିଜଣ ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଭଳି ଗୁରୁତର ଅଭିଯୋଗ ଅଣାଯାଇଛି। ରୁଷିଆ ସରକାର ଏହି ସୂଚନା ଦେଇଛନ୍ତି। ଦେଶଦ୍ରୋହ ଅଭିଯୋଗକୁ ନେଇ ଅନ୍ୟ ବୈଜ୍ଞାନିକ ଚିନ୍ତିତ ଅଛନ୍ତି। ସେମାନେ ଭୟର ବାତାବରଣରେ କାମ କରିବାକୁ ସକ୍ଷମ ନୁହଁନ୍ତି ବୋଲି ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥି ସହ ସରକାର କହିଛନ୍ତି ଏହା ଦେଶର ସୁରକ୍ଷା ସହ ଜଡିତ ଏବଂ ସୁରକ୍ଷା ଏଜେନ୍ସି ଏହାର ତଦନ୍ତ କରୁଛନ୍ତି।

 

ଦେଶଦ୍ରୋହରେ ଦୋଷୀ ସାବ୍ୟସ୍ତ ହୋଇଥିବା ରୁଷିଆର ବୈଜ୍ଞାନିକମାନଙ୍କ ମଧ୍ୟରେ ଆନାଟୋଲି ମାସ୍ଲୋଭ, ଆଲେକ୍ସଜାଣ୍ଡାର୍‌ ସିପ୍ଲୁକ ଏବଂ ଭାଲେରୀ ଜ୍ୱାଗିଣ୍ଟସେଭଙ୍କ ନାମ ରହିଛି। ରୁଷିଆର ଆଟିଏଏମ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ମାସାଲୋଭ ଏବଂ ସିପ୍ଲୁକ ୨୦୧୨ରେ ଫ୍ରାନ୍ସରେ ଆୟୋଜିତ ଏକ ସେମିନାରରେ ହାଇପରସୋନିକ କ୍ଷେପଣାସ୍ତ୍ରର ଡିଜାଇନ ପ୍ରଦର୍ଶନ କରିଥିଲେ। ୨୦୧୬ ମସିହାରେ, ତିନି ଅଭିଯୁକ୍ତ ବୈଜ୍ଞାନିକ ହାଇପରସୋନିକ କ୍ଷେପଣାସ୍ତ୍ର ଉପରେ ଏକ ପୁସ୍ତକ ଲେଖିଥିଲେ।

Share