ମାରିଆପୋଲରେ ହଜାରେରୁ ଊର୍ଦ୍ଧ୍ୱ ୟୁକ୍ରେନ ସୈନ୍ୟ କଲେ ଆତ୍ମସମର୍ପଣ: ଦାବି କଲା ରୁଷିଆ

କ୍ୱିଭ୍‌,୧୩।୪: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୦ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଯୁଦ୍ଧ ଥମି ନ ଥିବା ବେଳେ ବେଳକୁ ବେଳ ରୁଷିଆ ଆକ୍ରମଣାତ୍ମକ ହେବାରେ ଲାଗିଛି। ରୁଷିଆ ସୈନ୍ୟଙ୍କ ପକ୍ଷରୁ ୟୁକ୍ରେନ ସହରଗୁଡ଼ିକରେ ବୋମା ବିସ୍ଫୋରଣ ଜାରି ରହିଛି। ଇତିମଧ୍ୟରେ ବୁଧବାର ରୁଷିଆ ପକ୍ଷରୁ ଏକ ବଡ଼ ଦାବି କରାଯାଇଛି। ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ୟୁକ୍ରେନ ସୈନ୍ୟମାନେ ମାରିଆପୋଲରେ ଆତ୍ମସମର୍ପଣ କରିଛନ୍ତି ବୋଲି ରୁଷିଆ ଦାବି କରିଛି।

Share