ଆମେରିକା ନିର୍ମିତ ୪ କ୍ଷେପଣାସ୍ତ୍ର ଖସାଇଥିବା ଦାବି କଲା ରୁଷିଆ

ମସ୍କୋ,୨୦।୧୨ : ୟୁକ୍ରେନ୍‌ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍‌ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍‌ଗୋରୋଡ ଅଞ୍ଚଳ ଉପରେ ଆମେରିକାର ୪ଟି ‘ହାର୍ମ’ ଆଣ୍ଟି-ରାଡାର କ୍ଷେପଣାସ୍ତ୍ରକୁ ରୁଷୀୟ ସୈନ୍ୟ ଖସାଇଥିଲେ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି। ୟୁକ୍ରେନ୍‌କୁ ଆମେରିକା ସମେତ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅସ୍ତ୍ର ସହାୟତା ଯୋଗାଇ ଆସୁଛନ୍ତି। ବେଲ୍‌ଗୋରୋଡ ଅଞ୍ଚଳରେ ୟୁକ୍ରେନ୍‌ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।

Share