ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ କଟକଣା ଜାରି କଲା ରୁଷିଆ…

ମସ୍କୋ,୧୨।୮ : ୟୁକ୍ରେନ ସହିତ ଚାଲିଥିବା ବିବାଦ ମଧ୍ୟରେ, ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଆପଲ ଆଇଫୋନ ବ୍ୟବହାରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି କହିଛି ମନ୍ତ୍ରୀ ମକସୁଟ ଶାଦେଭ ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ କର୍ମଚାରୀଙ୍କ ଦ୍ୱାରା ଆପଲ ଆଇଫୋନ ଏବଂ ଆଇପ୍ୟାଡ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ରୁଷିଆର ବିକାଶ ମନ୍ତ୍ରଣାଳୟର ମାକସୁଟ ଶାଦେଭ ଏକ ଡିଜିଟାଲ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ସରକାରୀ ଇମେଲ ବିନିମୟ ପାଇଁ ଆପଲ ସ୍ମାର୍ଟଫୋନ ଏବଂ ଟାବଲେଟ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହା ମଧ୍ୟ କୁହାଯାଇଛି କର୍ମଚାରୀମାନେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆଇଫୋନ ବ୍ୟବହାର କରିପାରିବେ।

ରୁଷିଆର ମୁଖ୍ୟ ଘରୋଇ ସୁରକ୍ଷା ସେବା(ଏପଏସବି) ଦାବିର ଦୁଇ ମାସ ପରେ ରୁଷର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଏଭଳି ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଜାତୀୟ ସୁରକ୍ଷା ଏଜେନ୍ସି ଗୁପ୍ତଚରୀ ପାଇଁ ହଜାର ହଜାର ଆପଲ ଉତ୍ପାଦ ବ୍ୟବହାର କରିଛି ବୋଲି ଏଫଏସବି ଦାବି କରିଛି। ତେବେ ଆପଲ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି। ଏଫଏସବିର ସମସ୍ତ ଅଭିଯୋଗ ଉପରେ ଆପଲ ମନ୍ତବ୍ୟ ଦେବାକୁ ମନା କରିଦେଇଛି।

ଗତ ମାସ ଆରମ୍ଭରେ ରୁଷିଆ ସରକାର ଆପଲକୁ ଆମେରିକାର ଗୁପ୍ତଚର ସଂସ୍ଥା ସହିତ ମିଳିତ ଭାବେ କାମ କରୁଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ପେଶାଦାରମାନଙ୍କ ପାଇଁ ଆଇଫୋନ ବ୍ୟବହାରକୁ ନେଇ ଏଫଲସବି ଚିନ୍ତିତ ଥିଲା । ଏଥି ସହିତ, ମାର୍ଚ୍ଚ ମାସରେ, ରୁଷିଆ ସରକାର ଏହାର ସରକାରୀ କର୍ମଚାରୀମାନଙ୍କୁ ଆଇଫୋନ ବ୍ୟବହାର ବିଷୟରେ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଅନୁସାରେ ଆମେରିକା ଏହା ଦ୍ୱାରା ହ୍ୟାକିଂ କରୁଛି।

Share