ରୁଷିଆ ଯୁଦ୍ଧ ବନ୍ଦ କରି ପାରିଥାନ୍ତା: ଆମେରିକା…

ଓ୍ବାଶିଂଟନ,୨୬।୭ : ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ରୁଷିଆ ଚାହିଁଥିଲେ ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରି ପାରିଥାନ୍ତା। ମାତ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଭଳି କରି ନାହାନ୍ତି।

ୟୁକ୍ରେନ ଲୋକଙ୍କ ଅବସ୍ଥା ଦେଖି ରୁଷିଆ ଯେକୌଣସି ସମୟରେ ୟୁକ୍ରେନରୁ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିନେଇ ବିଭିନ୍ନ ସହର ଏବଂ ଲୋକଙ୍କ ଉପରେ ହୋଇଥିବା ନିର୍ଦ୍ଦୟ ଆକ୍ରମଣକୁ ବନ୍ଦ କରିପାରିଥାନ୍ତା। ଏବେ ମଧ୍ୟ ଯଦି ରୁଷିଆ ଚାହିଁବ ତେବେ ଏହି ଯୁଦ୍ଧକୁ ସମାପ୍ତ କରିପାରିବ। କିନ୍ତୁ ଏହା ନ ହେବା ପର୍ଯ୍ୟନ୍ତ ଆମେରିକା ଏବଂ ଆମର ସହଯୋଗୀମାନେ ୟୁକ୍ରେନ ସହିତ ଏକଜୁଟ ହୋଇ ଠିଆ ହେବେ, ଯେତେ ସମୟ ଲାଗୁନା କାହିଁକି।

Share