ୟୁକ୍ରେନର ୨୦ ଡ୍ରୋନ୍‌ ନଷ୍ଟ କଲା ରୁଷିଆ

ମସ୍କୋ,୨୬ା୧୧: ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍‌ ଆକ୍ରମଣ କରିଚାଲିଛନ୍ତି। ଏହି ସମୟ ମଧ୍ୟରେ ମସ୍କୋରେ ୟୁକ୍ରେନର ୨୦ ଡ୍ରୋନକୁ ଉଡ଼ାଇ ଦେଇଛି ବୋଲି ରୁଷିଆ ଦୃଢ଼ୋକ୍ତି ପ୍ରକାଶ କରିଛି।

ମସ୍କୋ ସମେତ ରୁଷିଆର ବାୟୁସେନା ୟୁକ୍ରେନ ପ୍ରତିରକ୍ଷା ବିଭାଗର ୨୦ଟି ଡ୍ରୋନ୍‌କୁ ଖସାଇଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ମସ୍କୋ ମେୟର ସର୍ଗେଇ ସୋବୟାନିନ୍‌ କହିଛନ୍ତି, ରୁଷିଆର ରାଜଧାନୀ ଆଡ଼କୁ ଯାଉଥିବା ଅନେକ ଡ୍ରୋନ୍‌ ନଷ୍ଟ ହୋଇଯାଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମସ୍କୋ, ତୁଲା, କାଲୁଗା ଏବଂ ବ୍ରାନ୍‌ସ୍କ ସମେତ ଅଞ୍ଚଳରେ ୟୁକ୍ରେନ ଡ୍ରୋନ ମାଡ଼ କରିଛି। ତୁଲାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ଅଞ୍ଚଳର ଗଭର୍ନର ଆଲେକ୍ସି ଡିୟୁମିନ କହିଛନ୍ତି।

Share