ୟୁକ୍ରେନର ଦୁଇ ଡ୍ରୋନ୍‌ ନଷ୍ଟ କଲା ରୁଷିଆ, ୫୦ ବିମାନ ଉଡ଼ାଣରେ ବାଧା

ମସ୍କୋ,୨୧ା୮: ସୋମବାର ମସ୍କୋ ଆଡ଼କୁ ଆକ୍ରମଣ ପାଇଁ ଆସୁଥିବା ଦୁଇଟି ୟୁକ୍ରେନ ଡ୍ରୋନକୁ ରୁଷିଆ ନଷ୍ଟ କରିଦେଇଛି। ଏହି ସମୟରେ ମସ୍କୋରେ ୫୦ଟି ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ରୁଷିଆର ବିମାନ ଚଳାଚଳ କର୍ତ୍ତୃପକ୍ଷ ରୋସାଭିଆଟିୟା କହିଛନ୍ତି, ମସ୍କୋର ଚାରୋଟି ମୁଖ୍ୟ ବିମାନବନ୍ଦର – ଭ୍ନୁକୋଭୋ ଡୋମୋଡେଡୋଭୋ, ଶେରେମେଟେଭୋ ଏବଂ ଜୁକୋଭସ୍କିରୁ ଆସିବା ଏବଂ ପ୍ରସ୍ଥାନ ସୀମିତ ଥିଲା। ଏହି କାରଣରୁ ୪୫ ଟି ଯାତ୍ରୀବାହୀ ବିମାନ ଏବଂ ଦୁଇଟି କାର୍ଗୋ ବିମାନ ଚଳାଚଳରେ ବ୍ୟାହତ ହୋଇଥିଲା।

Share