କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଓ ଡ୍ରୋନ୍‌ ମାଡ଼ କରିଛନ୍ତି। ଏଥିରେ ଏକ ତାପଜ ବିଦ୍ୟୁତ୍‌ ଶକ୍ତି ପ୍ରକଳ୍ପ ଧସ୍ତବିଧ୍ୱସ୍ତ ହୋଇଯାଇଛି। ଫଳରେ ଅନେକ ୟୁକ୍ରେନୀୟ ଏକ ମେଟ୍ରୋ ଷ୍ଟେଶନରେ ଆଶୟ ନେବାକୁ ବାଧ୍ୟ ହୋଇଛନ୍ତି।

ୟୁକ୍ରେନୀୟ ତୈଳ ଓ ଶକ୍ତି ଉତ୍ସଗୁଡ଼ିକ ଉପରେ ରୁଷିଆ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୭୮ ମିଶାଇଲ୍‌ ଛାଡ଼ିଛି। ଏତିକି ନୁହେଁ, ୧୦୬ ଡ୍ରୋନ୍‌ ଆକ୍ରମଣ ମଧ୍ୟ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରୁ ୫୯ ମିଶାଇଲ ଓ ୫୪ ଡ୍ରୋନ୍‌କୁ ୟୁକ୍ରେନ୍‌ ଖସାଇ ଦେଇଥିବା କିଭ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଖସିପଡ଼ିଥିବା ଏକ ଡ୍ରୋନ୍‌ ଯୋଗୁ ରୁଷିଆର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି, ରୁଷିଆର ଏକ ମିଶାଇଲ୍‌ ମୋଲଡୋଭାନ୍‌ ଓ ରୋମାନୀୟ ବାୟୁସୀମା ଦେଇ ଗତି କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଜାଣିଶୁଣି ଆକ୍ରମଣ ପାଇଁ କ୍ରିସ୍‌ମାସକୁ ବାଛିଛନ୍ତି। ଏହାଠୁ ବଳି ଅମାନବୀୟ କାର୍ଯ୍ୟ କ’ଣ ହୋଇପାରେ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି।

୨୦୨୨ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆର ମୋଟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତାହତ ହୋଇଥିବାବେଳେ ୟୁକ୍ରେନ୍‌ର ୮୦ ହଜାର ସୈନ୍ୟ ନିହତ ଓ ୪ ଲକ୍ଷ ଆହତ ହୋଇଛନ୍ତି। ଆଉ କେତେଜଣ ପର୍ଯ୍ୟବେକ୍ଷକଙ୍କ ମତରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ର ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ। ଗତ ୨୧ରେ ୟୁକ୍ରେନ୍‌ ରୁଷିଆର କାଜାନ ସହରରେ ୯/୧୧ ଶୈଳରେ ୨ଟି ସୁଉଚ୍ଚ ଅଟ୍ଟାଳିକାକୁ ଡ୍ରୋନ୍‌ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ରୁଷିଆ ସୈନ୍ୟ ଏଭଳି ଆକମ୍ରଣ କରିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଦାମୀ ମେଡିସିନ ଲେଖିବା କୌଣସି ଅପରାଧ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୨୫।୪: ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ...

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର...

ଅପମିଶ୍ରିତ ଦେଶୀମଦ ଜବତ ଘଟଣା: ଫେରାର ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ଫେରାର ଥିବା ଚୋରାମଦ ମାଫିଆ ତ୍ରିଲୋଚନ ସାହୁଙ୍କୁ ଶୁକ୍ରବାର ସକାଳେ କେ.ନୂଆଗାଁ...

ପାକିସ୍ତାନରେ ହେବ ଷ୍ଟ୍ରାଇକ୍‌: ଭାରତର ମୁସଲମାନ ବନ୍ଧୁ ରାଷ୍ଟ୍ର ଏବେ କାହାପଟେ ହେବେ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ...

ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା: ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ...

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

ପାକିସ୍ତାନର ଏୟାରସ୍ପେସ ବନ୍ଦ, ହେବ ବଡ଼ ଆଟାକ୍‌! ମିଳିଲା ସଙ୍କେତ

ନୂଆଦିଲ୍ଲୀ,୨୫।୪: ଜମ୍ମୁ-କଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।...

ଗଠନ ହେଲା ୫୪ ବିପର୍ଯ୍ୟୟ ପରିଚାଳନା କମିଟି, ଦୈବୀ ଦୁର୍ବିପାକ ମୁକାବିଲାରେ…

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସ୍‌ଡିଏମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ୱାରା ଭଞ୍ଜନଗରରେ ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image