ଓ୍ବାଗନର ଗ୍ରୁପ ପାଇଁ ରୁଷିଆ ପାଖରେ ନାହିଁ ପାଣ୍ଠି: ବ୍ରିଟେନ…

ମସ୍କୋ,୧୩।୮ : ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି ରୁଷିଆ ଭଡ଼ାଟିଆ ୱାଗନର୍‌ ଗ୍ରୁପର କାର୍ଯ୍ୟକଳାପକୁ ଆଉ ପାଣ୍ଠି ଦେବ ନାହିଁ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଦୈନିକ ବୁଲେଟିନରେ କହିଛି ଜୁନ ମାସରେ ରୁଷିଆର ସେନାବାହିନୀ ବିରୁଦ୍ଧରେ ବିଫଳ ବିଦ୍ରୋହର ନେତୃତ୍ୱ ନେବା ପରେ ୱାଗନର୍‌ ମାଲିକ ୟେଭେଗେନି ପ୍ରିଗୋଜିନ ନିଜ ସ୍ବାର୍ଥ ପାଇଁ ଅନ୍ୟ କେତେକ କାର୍ଯ୍ୟ କରିଛନ୍ତି।

ଏଥିରେ କୁହାଯାଇଛି ଯଦି ରୁଷିଆ ରାଜ୍ୟ ୱାଗନରକୁ ଆଉ ଦେୟ ଦିଏ ତେବେ ଏହାର ବୋଝ ବେଲାରୁଷ ଉପରେ ପଡ଼ିବ। ଓ୍ବାଗନର ଗ୍ରୁପ ପାଇଁ ରୁଷିଆ ପାଖ ଆଉ ପାଣ୍ଠି ନାହିଁ। ।

ମନ୍ତ୍ରଣାଳୟ କହିଛି ଆର୍ଥିକ ଚାପ ସମୟରେ କର୍ମଚାରୀଙ୍କ ବେତନ ଖର୍ଚ୍ଚ ସଞ୍ଚୟ କରିବା ପାଇଁ ୱାଗନର୍‌ ଗ୍ରୁପ ସଙ୍କଟରେ ପଡ଼ିଛି। ଏହାର କର୍ମଚାରୀଙ୍କୁ ଦରମା ଦେବାକୁ ଗ୍ରୁପ୍‌ ପାଖରେ ଆବଶ୍ୟକ ସମ୍ବଳ ମଧ୍ୟ ନାହିଁ।

ଅପରପକ୍ଷରେ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ସରକାରଙ୍କର ଓ୍ବାଗନାର ଗ୍ରୁପ୍‌ ଉପରେ ଆଉ ବିଶ୍ୱାସ ମଧ୍ୟ ନାହିଁ ବୋଲି ଚ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share