ପ୍ରତିରକ୍ଷା ଖର୍ଚ୍ଚର ଲକ୍ଷ୍ୟ ବଢାଇ ୧୦୦ ବିଲିୟନ ଡଲାର କଲା ରୁଷିଆ, ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଢୁଛି ଅର୍ଥବ୍ୟବସ୍ଥା

ମସ୍କୋ,୫।୮: ୨୦୨୩ରେ ରୁଷିଆ ଏହାର ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୧୦୦ ବିଲିୟନ ଡଲାରରେ ପହଞ୍ଚାଇଛି। ପାଶ୍ଚାତ୍ୟ ଦେଶଗୁଡିକ ସତ୍ତ୍ୱେ ରୁଷିଆର ଅର୍ଥନୀତି ବଢିବାରେ ଲାଗିଛି।

ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ରୁଷିଆ ସରକାରଙ୍କ ମୋଟ୍‌ ଖର୍ଚ୍ଚରେ ପ୍ରତିରକ୍ଷା ଖର୍ଚ୍ଚର ଅଂଶ ପ୍ରାୟ ୩୦ ପ୍ରତିଶତରେ ପହଞ୍ଚିଛି। ବର୍ଷ ଆରମ୍ଭରେ,ରୁଷିଆ ୫୪ ବିଲିୟନ ଡଲାରର ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ, ପ୍ରଥମ ଛଅ ମାସରେ, ରୁଷିଆ ଲକ୍ଷ୍ୟଠାରୁ ୧୨ ପ୍ରତିଶତ ଅଧିକ ଖର୍ଚ୍ଚ କରିସାରିଛି। ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ଏବଂ ଯୁଦ୍ଧରେ ଅଧିକ ଖର୍ଚ୍ଚ ସତ୍ତ୍ୱେ ରୁଷିଆର ଘରୋଇ ଅର୍ଥନୀତି ମଜବୁତ୍‌ ରହିଛି।

 

 

Share