ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ

ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ, ମସ୍କୋ ଅଞ୍ଚଳର ଇସ୍ତରା ଜିଲା ଉପରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏକ ଡ୍ରୋନକୁ ତଳକୁ ଖସାଯାଇଛି। ରିପୋର୍ଟ ଅନୁଯାୟୀ,ମସ୍କୋର ତିନୋଟି ପ୍ରମୁଖ ବିମାନବନ୍ଦରର ଉଡାଣ ଶୁକ୍ରବାର ବାତିଲ କରାଯାଇଛି। ଏହି ସପ୍ତାହରେ ରୁଷିଆରେ ବାରମ୍ବାର ୟୁକ୍ରେନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ସୂଚନା ରହିଛି।

Share