ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ ଭାରତର ସମର୍ଥନ ଆଶା କରିଛି। ୟୁକ୍ରେନ୍‌ ଓ ମସ୍କୋର ସାମ୍ପ୍ରତିକ ସ୍ଥିତି ଉପରେ ଭାରତର ଗଭୀର ବୁଝାମଣା ରହିଛି। ଭାରତ ଓ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ରଣନୀତିକ ସହଯୋଗ ରହିଛି। ତେଣୁ ନୂଆଦିଲ୍ଲୀଠାରୁ ସମର୍ଥନ ଜାରି ରହିବ ବୋଲି ରୁଷିଆ କୂଟନୀତିଜ୍ଞ ରୋମାନ ବାବୁସ୍କିନ୍‌୍‌ କହିଛନ୍ତି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପାଶ୍ଚାତ୍ୟ ଶକ୍ତିଙ୍କୁ କ୍ଷୁବ୍ଧ କରିଛି। ସେମାନେ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରି ଚିଠା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।

Share