Categories: ଖେଳ

ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ

ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଫିଫା ଏବଂ ୟୁଏଫ ମଧ୍ୟ ବଡ ପଦକ୍ଷେପ ନେଇଛି । ଫିଫା ୨୦୨୨ ବିଶ୍ୱକପରୁ ରୁଷିଆକୁ ବାସନ୍ଦ କରିଦେଇଛି।
ଏଥି ସହିତ, ୟୁଏଫ ପରବର୍ତ୍ତୀ ନିର୍ଦ୍ଦେଶ ନ ହେବା ପର୍ଯ୍ୟନ୍ତ ରୁଷିଆ ଫୁଟବଲ କ୍ଲବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଏବେ ରୁଷିଆ କ୍ଲବଗୁଡ଼ିକ କୌଣସି ଫୁଟବଲ ଲିଗରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେବେ ନାହିଁ । ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ କତାରରେ ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ରୁଷିଆ ଏପର୍ଯ୍ୟନ୍ତ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ। ମାର୍ଚ୍ଚ-ଏପ୍ରିଲରେ ରୁଷିଆକୁ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଖେଳିବ।
ଫିଫା କହିଛି ଯେ, ରୁଷିଆର ଜାତୀୟ ଦଳ ଏବଂ କ୍ଲବ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଟୁର୍ନାମେଣ୍ଟରେ ଖେଳି ପାରିବେ ନାହିଁ। ଏହି ନିଷ୍ପତ୍ତି ଫିଫା ପରିଷଦର ବ୍ୟୁରୋ ଏବଂ ୟୁଏଫଏର କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ନିଆଯାଇଛି।

Share