କିଭ୍,୨୮।୧୨ : ବୁଧବାର ପୂର୍ବାହ୍ନରେ, ରୁଷିଆର ସେନା ୟୁକ୍ରେନର ଖେରସାନ ସହରରେ ସାଧାରଣ ନାଗରିକଙ୍କ ଉପରେ ୩୩ ରକେଟ ମାଡ଼ କରିଛି। ଏହା ସହିତ ରୁଷିଆ ଯୁଦ୍ଧରେ ଅଧିକ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ନିୟୋଜିତ କରିଛି।ଏହି ସୂଚନା ୟୁକ୍ରେନର ସେନା ଦ୍ୱାରା ଦିଆଯାଇଛି।
ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡୋନେଟସ୍କ ପ୍ରଦେଶର ବାଖମୁଟ ଏବଂ ଉତ୍ତରରେ ଲୁହାନସ୍କ ପ୍ରଦେଶର ସୌଟୋଭ ନିକଟରେ ଦୁଇପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି।
୭୦ ହଜାରରୁ ଅଧିକ ଲୋକ ବାସ କରୁଥିବା ବାଖମୁଟରେ ବର୍ତ୍ତମାନ ଧ୍ୱଂସାବଶେଷରେ ପରିଣତ ହୋଇଥିବା ରଏଟର୍ସ ପକ୍ଷରୁ କୁହାଯାଇଛି।