ୟୁକ୍ରେନ୍‌ ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…

କିଭ୍‌/ମସ୍କୋ,୧୩।୬ : ୟୁକ୍ରେନ ଅଧିକାରୀ କହିଛନ୍ତି ରୁଷିଆ କ୍ରାଭିଭ ରିହ ସହର ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ କରିଛି। ଯେଉଁଥିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଡେନେପ୍ରୋପେଟ୍ରୋଭସ୍କ ଅଞ୍ଚଳର ରାଜ୍ୟପାଳ ସେରହି ଲିସାକ କହିଛନ୍ତି ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି।

କ୍ରିଭଭ ରିହଙ୍କ ମେୟର ଆଲେକ୍ସଜାଣ୍ଡାର୍‌ ଭିଲ୍କୁଲ ଏହା ପୂର୍ବରୁ କହିଥିଲେ ରୁଷିଆର ଏୟାର ଷ୍ଟ୍ରାଇକ ସହରର ପାଞ୍ଚ ମହଲା କୋଠା ସମେତ ଅନେକ ସାଧାରଣ ନାଗରିକଙ୍କ କୋଠାକୁ ଟାର୍ଗେଟ କରିଛି। ୱିଲ୍କୁଲଙ୍କ ଅନୁଯାୟୀ, ଭଙ୍ଗା କୋଠା ତଳେ ବହୁ ଲୋକେ ଦବି ହୋଇ ରହିଥିବାର ଆଶଙ୍କା ରହିଛି।

ଲିସାକ ଏକ ପାଞ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କୋଠାର ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଭାଙ୍ଗିଯାଇ ଏଥିରୁ ଧୂଆଁ ବାହାରୁ ଥିବାର ଦେଖାଯାଉଛି। ଏହି ଆକ୍ରମଣ ସମ୍ପର୍କରେ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Share