ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…

କିଭ୍‌,୨୯।୧୨ : ରୁଷିଆ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଗୁରୁବାର ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ ବାଜି ଉଠିଥିଲା। ରାଜଧାନୀ କିଭ୍‌ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଓଲେକ୍ସି ଆରେଷ୍ଟୋଭିଚ ଫେସବୁକରେ ପୋଷ୍ଟ କରିଛନ୍ତି ଯେ ରୁଷିଆ ପକ୍ଷରୁ ୟୁକ୍ରେନର ଅନେକ ଅଞ୍ଚଳରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି। ଗୋଟିଏ ପରେ ଗୋଟିଏ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଭ୍‌, ଜାଇଟୋମିର ଏବଂ ଓଡେସାରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା।

Share