୭୦ରୁ ଊର୍ଦ୍ଧ୍ୱ ମିଶାଇଲ ମାଡ଼ କଲା ରୁଷିଆ: ସହରକୁ ବ୍ଲାକ୍‌ଆଉଟ୍‌ ଘୋଷଣା କଲା କିଭ୍‌

କିଭ୍‌,୧୭।୧୨: ଗତ କିଛି ମାସରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ରାଜଧାନୀ କିଭ୍‌ରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ୍‌ ଆକ୍ରମଣ କରାଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି ଶନିବାର ୟୁକ୍ରେନ୍‌ର ଜଣେ ଅଧିକାରୀ କହିଛନ୍ତି। ଏଥିଯୋଗୁ ଦେଶର ସବୁଠାରୁ ବଡ଼ ସହର କିଭ୍‌ରେ ବିଦ୍ୟୁତ୍‌ ସେବା ବନ୍ଦ ରହିଛି। ଫଳରେ କିଭ୍‌କୁ ଜରୁରୀକାଳୀନ ବ୍ଲାକ୍‌ଆଉଟ୍‌ ଘୋଷଣା କରାଯାଇଛି। ଏହି ଆକ୍ରମଣ ଯୋଗୁ ମଧ୍ୟ କିଭ୍‌ର ରିହ ସ୍ଥିତ ଏକ ଆପାର୍ଟମେଣ୍ଟରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ ଖେରସାନ୍‌ରେ ଗୁଳିବିନିମୟରେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୟୁକ୍ରେନ୍‌ର ଗୁଳିରେ ୧୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପୂର୍ବ ୟୁକ୍ରେନ୍‌ରେ ଥିବା ରୁଷିଆ ଅଧିକାରୀ କହିଛନ୍ତି।

Share