ଉତ୍ତର କୋରିଆ ଗସ୍ତ କରିବେ ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୧୬।୧୦: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଏହି ସପ୍ତାହରେ ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ଏହି ଗସ୍ତ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ଦାବି କରିଛି ଯେ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ପାଇଁ ପ୍ୟୋଙ୍ଗୟାଙ୍ଗ ରୁଷିଆକୁ ଯୁଦ୍ଧ ସାମଗ୍ରୀ ଓ ସାମରିକ ଉପକରଣ ଦେଇଛି।

ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ, ସର୍ଗଇ ଲାଭ୍ରୋଭ ବୁଧବାର ଏବଂ ଗୁରୁବାର (ଅକ୍ଟୋବର ୧୮ ଏବଂ ୧୯)ରେ ଉତ୍ତର କୋରିଆରେ ରହିବେ। ସେ ଉତ୍ତର କୋରିଆରେ କାହାକୁ ଭେଟିବେ କିମ୍ବା ଏହି ଗସ୍ତର ଉଦ୍ଦେଶ୍ୟ କ’ଣ ହେବ ତାହା ଉଲ୍ଲେଖ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ ଗତ ମାସରେ ରୁଷିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ପ୍ରମୁଖ ସାମରିକ ସ୍ଥାନ ପରିଦର୍ଶନ କରିଥିଲେ।

Share