ରୁଷିଆକୁ ମନାଇଲା ଫ୍ରାନ୍ସ

ପ୍ୟାରିସ,୨୦।୨: ୟୁକ୍ରେନର ପୂର୍ବାଞ୍ଚଳ ସୀମାରେ ସିଜ ଫାୟାରିଂକୁ ରୋକିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ୧୦୫ ମିନିଟ୍‌ ଧରି ଫୋନ ବାର୍ତ୍ତାଳାପ ପରେ ମାକ୍ରନଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏଭଳି କୁହାଯାଇଛି।

ଚଳିତ ସଙ୍କଟର କୁଟନୈତିକ ସମାଧାନ ବାଟ ବାଛିବାକୁ ସେମାନେ ରାଜି ହୋଇଛନ୍ତି। ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ ଭେସ ଲେ ଡ୍ରିଆନ ତାଙ୍କ ରୁଷିଆ ପ୍ରତିପକ୍ଷ ସେର୍ଗେଇ ଲାଭରଭ ଆଗାମୀ ଦିନରେ ଭେଟିବେ ବୋଲି କୁହାଯାଇଛି। ମାକ୍ରନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ସେମାନେ ୟୁକ୍ରେନ, ରୁଷିଆ ଏବଂ ଫ୍ରାନ୍ସ ମଧ୍ୟରେ ଆଗାମୀ କିଛି ଦିନରେ ଟ୍ରାଇଲେଟରାଲ କଣ୍ଟାକ୍ଟ ଗ୍ରୁପ ମଧ୍ୟରେ ବୈଠକ କରିବାକୁ ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୟକ୍ରେନର ପୂର୍ବାଞ୍ଚଳରେ ସେନା ଓ ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀ ମୁହଁାମୁହିଁ ହୋଇଛନ୍ତି।

Share