ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍‌ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ୍‌ !…

ଲଣ୍ଡନ,୧୧।୧୦: ବ୍ରିଟେନ୍‌ ପକ୍ଷରୁ ରୁଷିଆ ବିରୋଧରେ ଗୁୁରୁତର ଅଭିଯୋଗ ଅଣାଯାଇଛି। ବ୍ରିଟେନ କହିଛି ଯେ, ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍‌ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ଏବଂ କୋଭିଶିଲ୍ଡ ବିଷୟରେ ବ୍ରିଟେନ ଏହି ସମ୍ବେଦନଶୀଳ ଦାବିକୁ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବ୍ରିଟେନର ସୁରକ୍ଷା ସୂତ୍ରରୁ ଜଣାପଡିଛି ଯେ ରୁଷିଆ ଏଜେଣ୍ଟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଶିଲ୍ଡ ଟିକା ପ୍ରସ୍ତୁତି ସମୟରେ ଉପସ୍ଥିତ ଥିଲେ। ସେ ଅକ୍ସଫୋର୍ଡର ଟିକା ଡିଜାଇନ ରୁଷିଆକୁ ଦେଇଥିଲେ।

ସୁରକ୍ଷା ସୂତ୍ର ଟିମ୍‌ ପକ୍ଷରୁ ଏନେଇ ବ୍ରିଟେନ୍‌ର ମନ୍ତ୍ରୀମାନଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ରୁଷିଆ ପାଇଁ କାର୍ଯ୍ୟ କରୁଥିବା ଗୁପ୍ତଚରମାନେ ସ୍ପୁଟନିକ ଟିକା ତିଆରି କରିବା ପାଇଁ ଆଷ୍ଟ୍ରାଜେନେକା କମ୍ପାନୀରୁ କୋଭିଶିଲ୍ଡର ଡିଜାଇନ ଚୋରି କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମ ସଂସ୍ଥା ଦି ସନ୍‌ର ଏକ ରିପୋର୍ଟ ଅନୁଯାୟୀ ଜଣେ ବିଦେଶୀ ଏଜେଣ୍ଟ କୋଭିଶିଲ୍ଡଙ୍କ ବ୍ଲୁପ୍ରିଣ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଛନ୍ତି। ଏହି ଅଭିଯୋଗ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସ୍ପୁଟନିକ-ଭି କରୋନା ଟିକା ଅଧ୍ୟୟନରେ କେବଳ ୭୬ ଜଣ ବ୍ୟକ୍ତି ଜଡିତ ଥିଲେ। ସେପ୍ଟେମ୍ବରରେ ମସ୍କୋରେ ଦୁଇଟି ପ୍ରାରମ୍ଭିକ କ୍ଲିନିକାଲ ପରୀକ୍ଷଣର ଫଳାଫଳ ବ୍ରିଟେନର ପତ୍ରିକା ଦି ଲାନସେଟରେ ପ୍ରକାଶିତ ହୋଇଥିଲା। ଏହି ଅଧ୍ୟୟନ କରିଥିବା ରୁଷୀୟ ବୈଜ୍ଞାନିକମାନେ କହିଥିଲେ ଯେ ସ୍ପୁଟନିକ କରୋନା ଟିକା ଦିଆଯିବା ପରେ ଲୋକମାନଙ୍କଠାରେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସେହିପରି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ମାମଲା ମଧ୍ୟ ଦେଖିବାକୁ ମିଳି ନ ଥିଲା। ଏନେଇ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ କହିଛନ୍ତି ଯେ ଫଳାଫଳଗୁଡିକ କିଛି ମାତ୍ରାରେ ଆଶା ଜନକ କିନ୍ତୁ ସେମାନେ ଏନେଇ ଚେତାବନୀ ଦେଇଛନ୍ତି। ପରୀକ୍ଷା ବହୁତ ଛୋଟ ହୋଇଥିବାରୁ ସ୍ପୁଟନିକ୍‌ ଟିକାକୁ ସାର୍ବଜନୀକ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ। ରୁଷିଆର ଅଧ୍ୟୟନରେ କେବଳ ୭୬ଜଣ ବ୍ୟକ୍ତି ସାମିଲ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରକୃତରେ କେବଳ ଅଧାଙ୍କୁ ସ୍ପୁଟନିକ କରୋନା ଟିକାକରଣ କରାଯାଇଥିଲା।

Share