ଯୁଦ୍ଧ ଅପରାଧ ଘଟାଇଛି ରୁଷିଆ

ଜେନେଭା,୨୪ା୯: ୟୁକ୍ରେନ୍‌ ଆକ୍ରମଣ ପରଠାରୁ ରୁଷିଆ ସେଠାରେ ଯୁଦ୍ଧ ଅପରାଧ ଘଟାଇଚାଲିଛି। ପ୍ରାଥମିକ ତଦନ୍ତରୁ ଆପାତତଃ ଏହାର ପ୍ରମାଣ ମିଳିଛି ବୋଲି ଜାତିସଂଘର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ପକ୍ଷରୁ ନିଯୁକ୍ତ ଏକ ଟିମ୍‌ ଶୁକ୍ରବାର ସ୍ପଷ୍ଟ କରିଛି। ମାନବାଧିକାର ପରିଷଦର ‘କମିଶନ ଅନ୍‌ ଇନ୍‌କ୍ୱାରି ଅନ୍‌ ୟୁକ୍ରେନ୍‌’ ବିଶେଷଜ୍ଞମାନେ ୟୁକ୍ରେନ୍‌ର ୪ଟି ଅଞ୍ଚଳ କିଭ୍‌, ଚେର୍ନିହିଭ୍‌, ଖର୍‌କିଭ ଓ ସୁମିରେ ତନାଘନା କରିଥିଲେ। ରୁଷିଆ ଦ୍ୱାରା ଅନେକ ଅଟକ, ବିଦ୍ୟୁତ୍‌ ଆଘାତ ସହିଥିବା, ବାଧ୍ୟହୋଇ ଉଲଗ୍ନ ହୋଇଥିବା ଓ ବର୍ବରତାର ଶିକାର ବ୍ୟକ୍ତିମାନଙ୍କଠାରୁ ହସ୍ତଗତ ଅଦ୍ୟାବଧି ସର୍ବାଧିକ ବିସ୍ତୃତ ପ୍ରମାଣକୁ ଏହି ଏକ୍ସପର୍ଟ ଟିମ୍‌ ହ୍ୟୁମାନ୍‌ ରାଇଟ୍ସ କାଉନ୍‌ସିଲ ନିକଟରେ ଉପସ୍ଥାପନ କରିଛି। କମିଶନ ଅଧ୍ୟକ୍ଷ ଏରିକ୍‌ ମୋସ୍‌ କହିଛନ୍ତି, ଆମେ ପରିଦର୍ଶନ କରିଥିବା ଅଞ୍ଚଳରେ ରୁଷିଆ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଲୋକଙ୍କ ସଂଖ୍ୟା ଦେଖି ଆମେ ସ୍ତବ୍ଧ ହୋଇଯାଇଥିଲୁ।

Share