ରୁଷିଆରେ ଔଷଧ ମିଳୁନି

ମସ୍କୋ,୪ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି। ଏହି ଯୁଦ୍ଧ ଯୋଗୁ ମସ୍କୋରେ ବର୍ତ୍ତମାନ ଔଷଧର ଅଭାବ ପରିଲକ୍ଷିତ ହୋଇଛି। ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ଏହି ଅଭାବ ବିଷୟରେ ସୂଚନା ଦେଉଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ଯୁଦ୍ଧ ଯୋଗୁ ଔଷଧ ଯୋଗାଣ ହ୍ରାସ ପାଇଛି ଏବଂ ଏଥିପାଇଁ ନିଆଯାଇଥିବା ପ୍ରତିବନ୍ଧକ ମଧ୍ୟ ହ୍ରାସ ପାଇଛି। କିଛି ଓଷଧ ଏପରି ହୋଇଛି ଯେ, ସେଗୁଡିକ କୌଣସି ସ୍ଥାନରେ ଉପଲବ୍ଧ ନାହିଁ। ଏହା କେବଳ ମସ୍କୋର ଅବସ୍ଥା ନୁହେଁ, ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଔଷଧ ଉପଲବ୍ଧ ନ ହେବାରୁ ରୋଗୀମାନେ ମଧ୍ୟ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରୁଷିଆରେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଔଷଧ ନ ମିଳିବା ଏକ ବଡ଼ ସମସ୍ୟା ଭାବେ ଠିଆହୋଇଛି।

Share