୯ ମାସରେ ରୁଷିଆ ମାଡ଼ କରିଛି ୪୭୦୦ରୁ ଅଧିକ କ୍ଷେପଣାସ୍ତ୍ର: ଜେଲେନେସ୍କିଙ୍କ ଅଭିଯୋଗ…

କ୍ୱିଭ୍‌,୨୧।୧୧ : ନଅ ମାସ ଧରି ଚାଲିଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ନହୋଇ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ତାଙ୍କ ଦେଶର ବିନାଶର କାହାଣୀ ବର୍ଣ୍ଣନା କରୁଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ନଅ ମାସ ମଧ୍ୟରେ ରୁଷିଆ ୪୭୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ଆକ୍ରମଣରେ ଶହ ଶହ ସହର ଧ୍ୱଂସ ହୋଇଯାଇଛି।

ରାଷ୍ଟ୍ରପତି ଜେଲେନସ୍କି ରବିବାର ଏକ ଭିଡିଓ ସାକ୍ଷାତକାରରେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆ କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଚଳିତ ବର୍ଷ ଫେବୃଆରୀ ୨୪ ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଗତ ୨୭୦ଦିନ ମଧ୍ୟରେ ରୁଷିଆ ୟୁକ୍ରେନକୁ ଏକ ଧ୍ୱଂସ ସ୍ତୁପରେ ପରିଣତ କରିଛି। ଯୁଦ୍ଧରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଛି।

ରୁଷିଆର ଆକ୍ରମଣ ୟୁକ୍ରେନର ଶହ ଶହ ସହରକୁ ଧ୍ୱଂସ କରିଦେଇଥିଲା। ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନର ୩୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଯେଉଁ ଅଞ୍ଚଳକୁ ରୁଷିଆ ଦଖଲ କରିଛି, ସେଠାକାର ଲୋକଙ୍କୁ ରୁଷିଆକୁ ପଠାଯାଇଥିଲା। ଯେଉଁମାନେ ଏଥିରେ ରାଜି ହୋଇ ନ ଥିଲେ ସେମାନଙ୍କୁ ହତ୍ୟା କରାଯାଇଥିଲା।

Share