Categories: ଜାତୀୟ

ଭାରତକୁ ମିଳିଲା ରୁଷିଆର ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ୍‌

ନୂଆଦିଲ୍ଲୀ,୧୪।୧୧: ରୁଷିଆ ଭାରତକୁ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଆରମ୍ଭ କରିଛି। ଯୋଜନା ଅନୁଯାୟୀ ଯୋଗାଣ ଆରମ୍ଭ ହୋଇଥିବା ରୁଷିଆର ସାମରିକ-ବୈଷୟିକ ସହଯୋଗ ସଂଘୀୟ ସେବାର ନିର୍ଦ୍ଦେଶକ ଡିମିଟ୍ରି ଶୁଗାଏଭ୍‌ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଚେତାବନୀ ସତ୍ତ୍ୱେ ମସ୍କୋରୁ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ର ୫ଟି ୟୁନିଟ କିଣିବା ଲାଗି ନୂଆଦିଲ୍ଲୀ ୨୦୧୮ ଅକ୍ଟୋବରରେ ୫ ବିଲିୟନ ଡଲାର ଚୁକ୍ତିନାମା ସ୍ବାକ୍ଷର କରିଥିଲା। ୨୦୧୯ରେ ଭାରତ ରୁଷିଆକୁ ପ୍ରଥମ କିସ୍ତିରେ ୮୦୦ ନିୟୁତ ଡଲାର ପୈଠ କରିଥିଲା। ଏସ୍‌-୪୦୦ ହେଉଛି ରୁଷିଆର ସବୁଠୁ ଅତ୍ୟାଧୁନିକ ଦୀର୍ଘ ଲକ୍ଷ୍ୟଭେଦ କ୍ଷମତା ଥିବା ସ୍ଥଳଭାଗରୁ ଆକାଶ ମିସାଇଲ ଡିଫେନ୍ସ ସିଷ୍ଟମ। ଏହି ସିଷ୍ଟମ କିଣିଥିବା ତୁର୍କୀ ଉପରେ ଆମେରିକା କଟକଣା ଲଗାଇଥିବାରୁ ଭାରତ ଉପରେ ଅନୁରୂପ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଭାରତକୁ ମିଳିବାକୁ ଥିବା ପ୍ରଥମ ଏସ୍‌-୪୦୦ ଓ୍ବେଷ୍ଟର୍ନ ଫ୍ରଣ୍ଟ ନିକଟରେ ମୁତୟନ ହେବ।

Share