୩ ଲକ୍ଷ ନାଗରିକଙ୍କୁ ବନ୍ଧକ ରଖିଛି ରୁଷିଆ, ୟୁକ୍ରେନ୍‌ର ଅଭିଯୋଗ…

କ୍ୱିଭ୍‌,୮।୩ : ରୁଷିଆ ବିରୋଧରେ ୟୁକ୍ରେନ୍‌ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ ୩ ଲକ୍ଷ ନାଗରିକଙ୍କୁ ମାରିୟୁପୋଲ୍‌ଠାରେ ବନ୍ଧକ ରଖିଥିବା ୟୁକ୍ରେନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ, ଆଇସିଆର୍‌ସି ମଧ୍ୟସ୍ଥତା ପରେ ମଧ୍ୟ ରୁଷିଆ ନାଗରିକମାନଙ୍କୁ ସହର ଛାଡ଼ିବାରେ ବାଧା ଦେଉଛି।

ଏହା ସହିତ ରୁଷିଆ ଅସ୍ତ୍ରବିରତିର ଉଲ୍ଲଂଘନ କରିଥିବା ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମାରିୟୁପୋଲ୍‌ଠାରେ ସହର ଛାଡୁଥିବା ଲୋକଙ୍କ ଉପରେ ରୁଷିଆ ସୈନ୍ୟବାହିନୀ ପକ୍ଷରୁ ଗୁଳିମାଡ଼ କରାଯାଉଥିବା ଦିମିତ୍ରୋ କହିଛନ୍ତି।

Share