ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା…

ପ୍ୟୋଙ୍ଗୟାଙ୍ଗ,୧୩।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛି। ଜାପାନର ପିଏମଓ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛି ଯେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

ଏହା ସହିତ ଜାପାନ ସରକାର ନିଜ ଦେଶରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରିଛନ୍ତି। କିମ୍‌ ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା କରି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ ଏବଂ ଜାପାନର ତଟରକ୍ଷୀ ବାହିନୀ ବୁଧବାର (ସେପ୍ଟେମ୍ବର ୧୩) କହିଛନ୍ତି ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ତେବେ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଆକାର କିମ୍ବା ପରିସର ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କିନ୍ତୁ, କ୍ଷେପଣାସ୍ତ୍ର ଉତକ୍ଷେପଣର ଚେତାବନୀ ହେବାର ପ୍ରାୟ ପାଞ୍ଚ ମିନିଟ ପରେ ଜାପାନ କୋଷ୍ଟଗାର୍ଡ ଏହି କ୍ଷେପଣାସ୍ତ୍ରର ପତନକୁ ନିଶ୍ଚିତ କରିଛି।

ଜାପାନର ପିଏମଓ କହିଛି ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି।

Share