ବାଇଡେନ୍‌ଙ୍କ ସମେତ ୧୩ ଜଣଙ୍କ ଉପରେ କଟକଣା ଲଗାଇଲା ରୁଷିଆ…

ମସ୍କୋ, ୧୫।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ବହୁ ୟୁରୋପୀୟ ଦେଶ ଏବଂ କମ୍ପାନୀ ପକ୍ଷରୁ କଟକଣା ଜାରି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ରୁଷିଆ ଏହାର ଉତ୍ତର ଦେବା ଆରମ୍ଭ କରିଛି। ସେମାବାର ଏହା ଇନଷ୍ଟାଗ୍ରାମ୍‌ ଉପରେ କଟକଣା ଲଗାଇଥିବାବେଳେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମେତ ୧୩ ଜଣ ଆମେରିକୀୟ ଶୀର୍ଷ ଅଧିକାରୀଙ୍କ ଉପରେ କଟକଣା ଲଗାଇଛି। ଏହି ତାଲିକାରେ ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନଙ୍କ ନାମ ମଧ୍ୟ ରହିଛି।

ଅପରପକ୍ଷରେ କାନାଡ଼ା ପକ୍ଷରୁ ରୁଷିଆର ୧୫ ଜଣ ଅଧିକାରୀଙ୍କ ଉପରେ ପ୍ରତିତବନ୍ଧକ ଲଗାଇଛି। ସେମାନେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଯୁଦ୍ଧରେ ସହାୟତା କରିଥିବା ଅଭିଯୋଗ ହୋଇଛି।

Share