ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍‌ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…

ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତାର ପ୍ରଭାବ ରୁଷିଆ ଉପରେ ପଡିଛି। ବର୍ନସ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋଦି ଏବଂ ଜିନପିଙ୍ଗ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ସେମାନଙ୍କ ଚିନ୍ତା ବ୍ୟକ୍ତ କରିଛନ୍ତି। ମୁଁ ଭାବୁଛି ଏହାର ପ୍ରଭାବ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନଙ୍କ ଉପରେ ପଡ଼ିଛି।

ସେ କହିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ରୁଷିଆର ଯୋଜନା ବିଷୟରେ ସେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। ବନର୍‌ସ ବିଶ୍ୱାସ କରନ୍ତି ଯେ ପୁଟିନ କେବଳ ୟୁକ୍ରେନ ଭୟଭୀତ କରାଇବା ପାଇଁ ଯୁଦ୍ଧ କରୁଛନ୍ତି।

ଏହାପୂର୍ବରୁ ପୁଟିନ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବ। ଏହା ସହିତ ସେ ଆଣବିକ ଯୁଦ୍ଧର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଥିଲେ। କ୍ରେମଲିନରେ ରୁଷିଆର ମାନବ ଅଧିକାର ପରିଷଦର ଏକ ବୈଠକକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ରୁଷିଆ ସମସ୍ତ ଉପଲବ୍ଧ ଉପାୟ ସହ ଲଢ଼ିବ। ସେ ୟୁକ୍ରେନ ଯୁଦ୍ଧକୁ ଏକ ସ୍ବତନ୍ତ୍ର ସାମରିକ ଅପରେଶନ ବୋଲି ମଧ୍ୟ ସେ ବର୍ଣ୍ଣନା କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁଟିନ କହିଛନ୍ତି ଯେ ସ୍ବତନ୍ତ୍ର ସାମରିକ ଅପରେଶନର ଦୀର୍ଘ ପ୍ରକୃତି ଏବଂ ଏହାର ଫଳାଫଳକୁ ନେଇ କିଛି ସମୟ ଲାଗିବ। ରିପୋର୍ଟ ଅନୁଯାୟୀ ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ସ୍ପଷ୍ଟ ଭାବେ ଏଡ଼ାଇ ନ ଦେଇ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆଣବିକ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରିବେ।

ସେ କହିଛନ୍ତି ଯେ ଯଦି ରୁଷିଆ ଏହାର ପ୍ରତିରକ୍ଷା ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚିନ୍ତା କରେ ତେବେ ଏହା ପ୍ରତିଶୋଧ ପରାୟଣ ହେବ। ସେ କହିଛନ୍ତି ଯେ ଯେତେବେଳେ ଆମକୁ ଆକ୍ରମଣ କରାଯାଏ, ଆମେ ଏହାର ଜବାବରେ ଆକ୍ରମଣ କରିଥାଉ।

 

Share