ବ୍ଲାକ ସି ଉପରେ ଉଡିଲା ବ୍ରିଟିଶ ଫାଇଟର ଜେଟ, ହଟାଇ ଦେଲା ରୁଷିଆ ବାୟୁସେନା

ମସ୍କୋ,୨୭।୬: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ବୟାନ ଜାରି କରି କହିଛି ଯେ ବ୍ରିଟିଶ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ରୁଷିଆ ସୀମା ନିକଟରେ ଥିବା କଳା ସାଗର ବା ବ୍ଲାକ ସି ଉପରେ ଉଡୁଥିବାର ଦେଖାଯାଇଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷିଆ ଯୁଦ୍ଧ ବିମାନ ଉଡ଼ିବା ମାତ୍ରେ ବ୍ରିଟିଶ ଯୁଦ୍ଧ ବିମାନ ଫେରି ଯାଇଥିଲା। ବୟାନରେ କୁହାଯାଇଛି ଯେ ରୁଷିଆ ସୀମା ନିକଟରେ ଉଡ଼ୁଥିବା ବିମାନରେ ବ୍ରିଟିଶ ବାୟୁସେନାର ଟାଇଫୁନ ଜେଟ ଅନ୍ତର୍ଭୁକ୍ତ।

ରୁଷିଆ କହିଛି ଯେ ବ୍ରିଟିଶ ବିମାନଗୁଡ଼ିକୁ ହଟାଇବା ପରେ ରୁଷିଆ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ଫେରିଛି। ରୁଷିଆମଧ୍ୟ କହିଛି ଯେ ସୀମାରେ କୌଣସି ଉଲ୍ଲଂଘନ କରାଯାଇ ନାହିଁ। ବର୍ତ୍ତମାନ ସମୟରେ ରୁଷିଆ ଏବଂ ପାଶ୍ଚାତ୍ୟ ଦେଶର ଯୁଦ୍ଧ ବିମାନ ବ୍ଲାକ ସି ଏବଂ ବାଲଟିକ ସାଗର ଅଞ୍ଚଳରେ ଅନେକ ଥର ପରସ୍ପର ସାମ୍ନାକୁ ଆସିଛି। ମେ ମାସରେ ମଧ୍ୟ ମସ୍କୋ ଏକ ବୟାନ ଜାରି କରି କହିଛି ଯେ ବାଲ୍ଟିକ ସାଗରରେ ଆମେରିକାର ଚାରିଟି ଷ୍ଟ୍ରାଟେଜିକ ବୋମା ବିସ୍ଫୋରଣ ବିମାନ ଦେଖାଯାଇଛି।

Share