ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ

କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ ବିଶିଷ୍ଟ ୟୁରୋପୀୟ ପାର୍ଲାମେଣ୍ଟରେ ଏହି ପ୍ରସ୍ତାବ ସପକ୍ଷରେ ୪୯୪ ଆଇନପ୍ରଣେତା ଭୋଟ ଦେଇଥିବାବେଳେ ୫୮ ଏହା ବିରୋଧରେ ମତ ଦେଇଥିଲେ। ୪୪ ସଦସ୍ୟ ମତଦାନରୁ ବିରତ ରହିଥିଲେ।

ଉଲ୍ଲେଖ କରାଯାଇଛି ଯେ, ରୁଷୀୟ ସଂଘ ପକ୍ଷରୁ ୟୁକ୍ରେନୀୟ ନାଗରିକମାନଙ୍କ ଉପରେ ଲଗାତର ଆକ୍ରମଣ କରାଯାଉଛି। ସାଧାରଣ ଲୋକଙ୍କ ଧନଜୀବନକୁ ଟାର୍ଗେଟ କରାଯାଉଛି। ମାନବାଧିକାର ସମ୍ପର୍କିତ ଅନ୍ତର୍ଜାତୀୟ ଆଇନର ଏଭଳି ଉଲ୍ଲଂଘନ ଆତଙ୍କବାଦୀ କାର୍ଯ୍ୟ ସହ ସମାନ। ତେବେ ଏହି ସଂକଳ୍ପନାମା ସପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ୟୁରୋପୀୟ ପାର୍ଲାମେଣ୍ଟର ନ ଥିବାରୁ ଏହାକୁ ପ୍ରତୀକାମତ୍କ ପଦକ୍ଷେପ ବୋଲି କୁହାଯାଉଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ୟୁରୋପୀୟ ପାର୍ଲାମେଣ୍ଟର ଏହି ଘୋଷଣାକୁ ସ୍ବାଗତ କରିଛନ୍ତି। ଟୁଇଟରରେ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ ସମେତ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାରର ନୀତି ଯାଗୁ ରୁଷିଆକୁ ସବୁ ସ୍ତରରେ ଏକଘରକିଆ କରି ଉତ୍ତରଦାୟୀ କରାଯିବା ଜରୁରୀ। ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅନୁରୂପ ସଂକଳ୍ପନାମା ନିଜ ନିଜ ପାର୍ଲାମେଣ୍ଟରେ ଗୃହୀତ କରିବା ଉଚିତ। ପ୍ରକାଶ ଯେ, ୟୁରୋପୀୟ ସଂଘ (ଇୟୁ), ଆମେରିକା ଓ ବ୍ରିଟେନ ରୁଷିଆ ଉପରେ କଠୋର କଟକଣା ଜାରି କରିସାରିଛନ୍ତି। ଆମେରିକା କଂଗ୍ରେସର ଉଭୟ ଗୃହ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ତାଲିକାରେ ରଖିବା ପାଇଁ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅନୁରୋଧ କରିଥିଲେ ହେଁ ସେ ମନା କରିଦେଇଛନ୍ତି। ଆମେରିକା ମତରେ ବର୍ତ୍ତମାନ କ୍ୟୁବା, ଉତ୍ତର କୋରିଆ, ଇରାନ ଓ ସିରିଆ ହେଉଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନକାରୀ ରାଷ୍ଟ୍ର। ଇୟୁର ୪ ସଦସ୍ୟ ଲିଥୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଏବଂ ପୋଲାଣ୍ଡ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ରାଷ୍ଟ୍ର ଘୋଷଣା କରିଥିବା ୟୁରୋପିଆନ୍‌ ପାର୍ଲାମେଣ୍ଟାରି ରିସର୍ଚ୍ଚ ସର୍ଭିସ୍‌ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ,...

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ...

ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ

ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ...

ବଡ଼ ଗେମ୍‌ ଖେଳିଲେ ୟୁନୁସ୍‌ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…

ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri