ରଣନୀତି ବଦଳାଉଛି ରୁଷିଆ

କ୍ୱିଭ୍‌,୨୬ା୩: ରୁଷିଆ ୟୁକ୍ରେନ ବିରୋଧରେ ରଣନୀତି ବଦଳାଇଛି। ଅଧିକାରୀମାନେ କହିଛନ୍ତି ଯେ, ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀ ୟୁକ୍ରେନର କ୍ୱିଭ୍‌ରୁ ଏହାର ନଜର ହଟାଇଛି। ରୁଷିଆ ସେନାର ଫୋକସ ଏବେ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଇଣ୍ଡଷ୍ଟ୍ରିଆଲ ଏରିଆ ଉପରେ ରହିଛି। ଅଧିକାରୀମାନେ କହିଛନ୍ତି, ଏହା ଯୁଦ୍ଧର ଏକ ନୂତନ ପର୍ଯ୍ୟାୟର ଆରମ୍ଭ ହୋଇପାରେ। ତେବେ ରୁଷିଆର ଏହି ରଣନୀତିର ଫଳାଫଳ କ’ଣ ହେବ ସେ ବିଷୟରେ କିଛି କହିହେବ ନାହିଁ।

Share