ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ରୁଷିଆ

ମସ୍କୋ,୬।୪: ଆମେରିକା ସହିତ ବୃଦ୍ଧି ପାଉଥିବା ବିବାଦକୁ ଦୃଷ୍ଟିରେ ରଖି ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଏହା ଜଣାପଡ଼ିଛି। ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ନିର୍ଦ୍ଦେଶରେ ଆର୍କଟିକ୍‌ର ବରଫ ତଳେ ଏସବୁକୁ ଲୁଚାଇ ରଖାଯାଇଛି। ଏଠାରେ ରୁଷିାtସ୍ବତନ୍ତ୍ର ମିଲିଟାରୀ ବେସ୍‌ ସ୍ଥାପନ କରିବା ଆରମ୍ଭ କରିଛି। କିଛି ଦିନ ତଳେ ରୁଷିଆର ୩ଟି ବାଲାଷ୍ଟିକ୍‌ ମିଜାଇଲ୍‌ ବୁଡ଼ା ଜାହାଜ ଆର୍କିଟିକ୍‌ ଅଞ୍ଚଳରେ ପହଞ୍ଚିଥିଲା। ରୁଷିଆ ପାଖରେ ଥିବା ଆଣବିକ ବୋମା ଦ୍ୱାରା ସମୁଦ୍ରରେ ରେଡିଓ ଆକ୍ଟିଭ୍‌ ସୁନାମୀ ସୃଷ୍ଟି କରାଯାଇ ପାରିବ। ପ୍ରଥମ ଥର ପାଇଁ ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ଯୁଦ୍ଧ ବିମାନ ମୁତୟନ କରିବାର ଯୋଜନା ରଖିଛି। ୨୦୨୧ରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଲାଗି ରୁଷିଆ ଅଣ୍ଟା ଭିଡ଼ିଛି। ଏପରି କରି ରୁଷିଆ ଆମେରିକାକୁ ଖୋଲାଖୋଲି ଆହ୍ବାନ ଜଣାଉ ଥିବା ଚର୍ଚ୍ଚା ହେଉଛି।

Share