Categories: ଜାତୀୟ

୭ ଭାରତୀୟଙ୍କୁ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରୁଛି ରୁଷିଆ

ନୂଆଦିଲ୍ଲୀ,୬ା୩: ନବବର୍ଷ ପାଳନ ପାଇଁ ରୁଷିଆ ଯାଇଥିବା ପଞ୍ଜାବ ଓ ହରିୟାଣାର ଏକ ଯୁବଗୋଷ୍ଠୀଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଛି। ଏନେଇ ସମ୍ପୃକ୍ତ ୭ ଯୁବକ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ୧୦୫ ସେକେଣ୍ଡ ଅବଧିର ଭିଡିଓରେ ସେମାନେ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭିଡିଓରେ ମିଲିଟାରି ଓ୍ବିଣ୍ଟର ଜ୍ୟାକେଟ ପିନ୍ଧିଥିବା ଯୁବକମାନଙ୍କୁ ଏକ ଅପରିସ୍କାର ଘରେ ଦେଖିବାକୁ ମିଳିଛି। ୬ ଯୁବକ କୋଠରିରେ ଛିଡ଼ା ହୋଇଥିବାବେଳେ ହରିୟାଣା କର୍ନାଲର ୧୯ ବର୍ଷୀୟ ହର୍ଷ ସେମାନଙ୍କ ଭିଡିଓ ଶୁଟ୍‌ କରି ସ୍ଥିତି ସମ୍ପର୍କରେ ଜଣାଉଛନ୍ତି। ଗତବର୍ଷ ଡିସେମ୍ବର ୨୭ରେ ନବବର୍ଷ ପାଳନ ପାଇଁ ରୁଷିଆ ଯାଇଥିବା ଏହି ଯୁବକମାନଙ୍କ ପାଖରେ ୯୦ ଦିନ ପାଇଁ ବୈଧ ଭିଜା ଥିଲା। ସେମାନଙ୍କୁ ଜଣେ ଏଜେଣ୍ଟ ବେଲାରୁଷକୁ ନେଇଯାଇଥିଲେ। ପୋଲିସ ସେମାନଙ୍କୁ କେତେକ ଦସ୍ତାବିଜରେ ସ୍ବାକ୍ଷର କରିବାକୁ କହିଥିଲା। ବର୍ତ୍ତମାନ ଯୁବକମାନଙ୍କୁ ୟୁକ୍ରେନ୍‌ ବିରୋଧରେ ଲଢ଼ିବା ପାଇଁ ବାଧ୍ୟ କରାଯାଉଛି।

Share