ନିଜ ସୈନ୍ୟଙ୍କୁ ଜେଲରେ ବନ୍ଦ କରୁଛି ରୁଷିଆ…

ମସ୍କୋ,୧୩।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଛି। ଏବେ ଏକ ମିଡିଆ ରିପୋର୍ଟରେ ରୁଷିଆ କାର୍ଯ୍ୟ ନେଇ ଏକ ଗୁପ୍ତ ତଥ୍ୟର ପର୍ଦ୍ଦଫାଶ୍‌ ହୋଇଛି। ଖବର ଅନୁଯାୟୀ, ୟୁକ୍ରେନରେ ଯୁଦ୍ଧ କରିବାକୁ ମନା କରିବାରୁ ରୁଷିଆ ନିଜର ବହୁ ସୈନିକମାନଙ୍କୁ ଜେଲରେ ରଖିଛି। ଆହୁରି ମଧ୍ୟ ସେମାନଙ୍କୁ ମାଡ଼ ଦିଆଯାଉଛି। ରିପୋର୍ଟରେ କୁହାଯାଇଛି ଯେ ରୁଷିଆର ସୈନିକ ଏବଂ ସେମାନଙ୍କ ପରିବାର ଏନେଇ ଅଭିଯୋଗ କରିଛନ୍ତି।

ଯୁଦ୍ଧ କ୍ଷେତ୍ରରେ କୌଣସି ସହାୟତା ମିଳୁ ନଥିବାରୁ ସୈନ୍ୟମାନେ ଲଢ଼େଇ କରିବାକୁ ମନା କରିଦେଉଛନ୍ତି। ଏହା ପରେ ଏଭଳି ସେନ୍ୟଙ୍କୁ ରୁଷିଆ ଜେଲରେ ରଖି ବିଭିନ୍ନ ପ୍ରକାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛି।
ଅପରପକ୍ଷରେ ଥଣ୍ଡା ବୃଦ୍ଧି ପାଉଥିବାରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜି -୭ ଗୋଷ୍ଠୀର ନେତାମାନଙ୍କୁ ଶୀତଦିନେ ଦେଶରେ ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ସ୍ବତନ୍ତ୍ର ବିଶ୍ୱ ଶାନ୍ତି ସମ୍ମିଳନୀ ଡାକିବାକୁ ଅନୁରୋଧ କରିଛନ୍ତି।

Share