ରୁଷିଆ କଥା ବିଶ୍ୱାସଯୋଗ୍ୟ ନୁହେଁ: ବ୍ଲିଙ୍କେନ୍‌

ଓ୍ବାଶିଂଟନ, ୩୦ା୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ପ୍ରସଙ୍ଗରେ ସେମାନେ ଆଲୋଚନା କରିଥିବା ଜଣାପଡ଼ିଛି। ଅପରପକ୍ଷେ ୟୁକ୍ରେନ୍‌ରେ ଶାନ୍ତି ପାଇଁ ରୁଷିଆ ପକ୍ଷରୁ ବାସ୍ତବରେ କୌଣସି ତତ୍ପରତା ଦେଖିବାକୁ ମିଳି ନ ଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ପାରସ୍ପରିକ ବିଶ୍ୱାସ ବଢ଼ାଇବା ପାଇଁ କିଭ୍‌ ଏବଂ ଚେର୍ନିହିଭ୍‌ରେ ସେନା ଗତିବିଧି କମ୍‌ କରିବାକୁ ନିଷ୍ପତ୍ତି ନେଇଥିବା ରୁଷିଆ କହିଛି, କିନ୍ତୁ ଏହା ବିଶ୍ୱାସଯୋଗ୍ୟ ନୁହେଁ। ରୁଷିଆର କଥା ଓ କାମ ମଧ୍ୟରେ ଅନେକ ତଫାତ୍‌ ରହିଛି ବୋଲି ବ୍ଲିଙ୍କେନ୍‌ ପ୍ରକାଶ କରିଛନ୍ତି।

Share