ୟୁକ୍ରେନ୍‌ ଉପରେ ନୂଆ ବିପଜ୍ଜନକ ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରୁଛି ରୁଷିଆ…

ମସ୍କୋ,୧୯।୧୧ : ୟୁକ୍ରେନ୍‌କୁ ଯୁଦ୍ଧରେ ପରାଜିତ ହେବାର ଭୟରେ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ ବିପଜ୍ଜନକ ପୋର ମ୍ୟାନ୍‌ ନ୍ୟୁକ୍ଲିୟର ଓ୍ବିପୋନ ପ୍ରୟୋଗ କରିବାକୁ ଯୋଜନା କରୁଛନ୍ତି। ଏନେଇ ସେ ନିଜ ପ୍ରାଇଭେଟ ଆର୍ମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାର ବିସ୍ଫୋରଣ ଘଟିଲେ ଏକ ହଜାର ରେଡିୟସ ମଧ୍ୟରେ ବିପଜ୍ଜନକ ପ୍ରଭାବ ସୃଷ୍ଟି କରିବ। ଏହାଯୋଗୁ ୩ ହଜାର ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି ହେବ। ଯାହାଦ୍ୱାରା ସମସ୍ତ ଯାନବାହନ ଏବଂ ଅନ୍ୟ ପଦାର୍ଥ ବାଷ୍ପରେ ପରିଣତ ହେବ। ଏହାର ସିଧା ପ୍ରଭାବ ଫୁସଫୁସ ଉପରେ ଅନୁଭୁତ ହେବ। ଫଳରେ କେହି ଜୀବିତ ରହିବାର ସମ୍ଭାବନା ରହିବ ନାହିଁ।

ଏହାକୁ ଆମେରିକାର ଅବସରପ୍ରାପ୍ତ କଲୋନେଲ ଡେଭିଡ ଜନସନଙ୍କ ଦ୍ୱାରା ପୋର ମ୍ୟାନ୍‌ ନ୍ୟୁକ୍ଲିୟର ଓ୍ବିପୋନ ଭାବେ ନାମିତ କରାଯାଇଛି। ଏହାକୁ ରୁଷିଆର ମସ୍କୋ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ଆପଲାଏଡ କେମେଷ୍ଟ୍ରିର ଗୁପ୍ତ ଲାବୋରେଟୋରୀରେ ବିକଶିତ କରାଯାଇଥିଲା।

Share