ନିଜ ସୈନ୍ୟଙ୍କ ଉପରେ ଜାଣିଶୁଣି ଆକ୍ରମଣ ଷଡ଼ଯନ୍ତ୍ର ରଚୁଛି ରୁଷିଆ…

ଓ୍ବାଶିଂଟନ,୧୫।୧: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଏହା ଅନ୍ତର୍ଗତ ରାଷ୍ଟ୍ରପତି ବ୍ଲାଡମୀର ପୁଟିନ୍‌ ସରକାର ବାହାନା ଖୋଜୁଛନ୍ତି ବୋଲି ଆମେରିକା ଗୁପ୍ତଚର ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରୁଷିଆ ଜାଣିଶୁଣି ନିଜ ସୈନ୍ୟଙ୍କ ଉପରେ ଆକ୍ରମଣ କରାଇବାର ଷଡ଼ଯନ୍ତ୍ର ରଚିଛି। ୟୁକ୍ରେନ୍‌କୁ ବଦନାମ କରିବା ଲାଗି ରୁଷିଆ ଫଲ୍ସ୍‌ ଫ୍ଲାଗ୍‌ ଯୋଜନା କରିବା ସହିତ ସୋସିଆଲ ମିଡ଼ିଆରେ ବିଭିନ୍ନ ଅପପ୍ରଚାର ଜାରି ରଖିଥିବା ଆମେରିକା କହିଛି।

ୟୁକ୍ରେନ୍‌କୁ ନେଇ ଆମେରିକା ଏବଂ ରୁଷିଆର ଆଲୋଚନା ବିଫଳ ହୋଇଛି। ଏହା ପରେ ରୁଷିଆ ନିଜ ସୈନ୍ୟଙ୍କ ଯୁଦ୍ଧ ପରୀକ୍ଷଣ ଜୋରଦାର କରିଛି। ଏନେଇ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ କହିଛନ୍ତି ଯେ, ପଶ୍ଚିମ ଦେଶ ସହିତ ରୁଷିଆର ଧୈର୍ଯ୍ୟ ଏବେ ଜବାବ ଦେବା ଆରମ୍ଭ କରିଛି। ରୁଷିଆ ନିଜ କ୍ଷେତ୍ରରେ ନାଟୋର ବିସ୍ତାର ନ କରିବା ଲାଗି ଆଶ୍ୱାସନା ଲୋଡ଼ିଥିଲା। ମାତ୍ର ଏବେ ବିଫଳ ହୋଇଥିବା ସେ କହିଛନ୍ତି।

Share