ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମରୁ ଭୂତାଣୁ ବାହାର କରୁଛନ୍ତି। ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଗବେଷକ ସାଇବେରିଆରେ ବରଫରେ ପୋତି ହୋଇରହିଥିବା ହାତୀ, ଗଣ୍ଡା ଆଦିଙ୍କ ଜୀବାଶ୍ମ ସହିତ ପ୍ରାଗ୍ ଐତିହାସିକ ଯୁଗର ଘୋଡ଼ା, କୁକୁର, ଠେକୁଆ ଏବଂ ମୂଷା ଆଦିଙ୍କ ଜୀବାଶ୍ମ ସଂଗ୍ରହ ଜାରି ରହିଛି। ସଂଗ୍ରହ ହେଉଥିବା ଭୂତାଣୁ ଦ୍ୱାରା କରୋନା ଭଳି ମହାମାରୀ ଆଗାମୀ ଦିନରେ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି।