Advertisement

ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…

ଜେନେଭା,୧।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରେଜ ରାଓ୍ବରୋଓ୍ବ କହିବାକୁ ଆରମ୍ଭ କରିବା ମାତ୍ରେ କେତେକ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ନିଜ ନିଜ ସ୍ଥାନରୁ ଉଠି ଚାଲିଯାଇଥିଲେ।

ସେରେଜଙ୍କ ବକ୍ତବ୍ୟ ପୂର୍ବରୁ ଏକ ଭିଡ଼ିଓ ପ୍ଲେ କରାଯାଇଥିଲା। ଏହାର ଆରମ୍ଭ ହେବା ମାତ୍ରେ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମାନେ ଗୃହତ୍ୟାଗ କରିଥିଲେ। ଏହା ଦ୍ୱାରା ରୁଷିଆ ଉପରେ ଚାପ ପକାଇବାର ଉଦ୍ୟମ ହେଉଥିବା କୁହାଯାଉଛି।

ୟୁକ୍ରେନ୍‌ ରାଷ୍ଟ୍ରଦୂତ ୟେବହେନିଆ ଫିଲିମ୍ପେକୋ ଏହାର ନେତୃତ୍ୱ ନେଇଥିଲେ। ସେ ଓ୍ବାକଆଉଟ୍‌ କରିଥିବା ସଦସ୍ୟ ରାଷ୍ଟ୍ର ପ୍ରତିନିଧିଙ୍କୁ ଏନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି। ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ କହିଥିଲେ, ଯେକୌଣସି ପ୍ରକାର ଆକ୍ରମଣ ମାନବାଧିକାର ଉଲ୍ଲଂଘନ। ଓ୍ବାକ୍‌ଆଉଟ୍‌ ସମୟରେ ୟେମେନ୍‌, ସିରିଆ,ଭେନଜୁଏଲା ଏବଂ ଟୁନିସିଆର ରାଷ୍ଟ୍ରଦୂତ ବୈଠକରେ ବସି ରହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share