ରୁଷିଆ ଦୁର୍ବଳ ହେବାରେ ଲାଗିଛି: ସ୍ବୀକାର କଲେ ପୁଟିନ…

ମସ୍କୋ,୩୧।୭ : ଦେଢ଼ ବର୍ଷରୁ ଅଧିକ ସମୟ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧର ଜାରି ରହିଛି। ଏହାର ପ୍ରଭାବ ଉଭୟ ଦେଶରେ ଧୀରେ ଧୀରେ ଦେଖାଯିବାକୁ ଲାଗିଛି। ବିଶେଷକରି ରୁଷିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଯୁଦ୍ଧକ୍ଷେତ୍ରରେ ଅଧିକ ସଫଳତା ପାଇ ନ ଥିବାରୁ ରୁଷିଆ ଅସୁବିଧାର ସମ୍ମୁଖୀନ ହୋଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ଯୋଗୁ ୟୁକ୍ରେନର ଅବସ୍ଥା ଅଧିକ ଖରାପ ହେବାରୁ ରକ୍ଷା ପାଇଛି।

ଏହି ସମୟରେ, ୟୁକ୍ରେନ ମଧ୍ୟ ରୁଷିଆ ବିରୋଧରେ ପ୍ରତିଶୋଧ ପରାୟଣ ଆକ୍ରମଣ ମଧ୍ୟ ବୃଦ୍ଧି କରିଛି। ବିଶେଷକରି ଗତ କିଛି ଦିନ ହେବ ରୁଷିଆ ସୀମା ନିକଟରେ ୟୁକ୍ରେନ ଆକ୍ରମଣ ହେଉଛି। ଏଥି ସହିତ ଗତ କିଛି ଦିନ ହେବ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ପଛରେ ୟୁକ୍ରେନ ରହିଥିବାର ଅଭିଯୋଗ ଆସିଛି।

ଏହି ପରିସ୍ଥିତି ମଧ୍ୟରେ, ଯେଉଁଠାରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ଧମକ ଦେଉଛନ୍ତି। ଅପରପକ୍ଷରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିବୃତ୍ତି ଚିନ୍ତାଜନକ ଅଟେ।
ସେଣ୍ଟ ପିଟର୍ସବର୍ଗରେ ରୁଷିଆ-ଆଫ୍ରିକା ଫୋରମ ସମୟରେ ପୁଟିନ ଆଫ୍ରିକୀୟ ଦେଶର ନେତାମାନଙ୍କୁ କହିଥିଲେ ସେମାନେ ୟୁକ୍ରେନ ସମ୍ବନ୍ଧରେ ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରଚ ନାହାନ୍ତି । ଯୁଦ୍ଧ ଆରମ୍ଭରୁ ଏହା ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା ସମ୍ପର୍କରେ ଏକ ସାଧାରଣ ଫୋରମରେ ଏପରି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଚାଇନା ଦେଇଥିବା ପ୍ରସ୍ତାବ କିମ୍ବା ଆଫ୍ରିକା ଦ୍ୱାରା କରାଯାଇଥିବା ପ୍ରୟାସ ଶାନ୍ତି କଥାବାର୍ତ୍ତାର ଆଧାର ହୋଇପାରେ।

ଯେପର୍ଯ୍ୟନ୍ତ ୟୁକ୍ରେନ ସେନା ରୁଷିଆ ଉପରେ ଆକ୍ରମଣ ଜାରି ରଖିଛି ସେ ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ପୁଟିନ କହିଛନ୍ତି, ଯଦି ସେମାନେ ଆମ ଉପରେ ଆକ୍ରମଣ କରନ୍ତି, ତେବେ ଆମକୁ ପ୍ରତିଶୋଧ ନେବାକୁ ପଡ଼ିବ। କିଛି ଲୋକ ଚାହାଁନ୍ତି ଶାନ୍ତି ଆଲୋଚନା ହେବା ଉଚିତ। ଆମେ ଏହାକୁ ଅସ୍ବୀକାର କରି ନାହୁଁ।

ପୁଟିନ କହିଛନ୍ତି, ୟୁକ୍ରେନ ସେନା ଆକ୍ରମଣାତ୍ମକ, ଏହା ଆମ ଉପରେ ଆକ୍ରମଣ କରୁଛି। ସେମାନେ ଏକ ବଡ଼ ଧରଣର ଆକ୍ରମଣାତ୍ମକ ରଣନୀତିକ ଅପରେଶନ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ସହମତି ହେବା ଆବଶ୍ୟକ। ଏହା ସହିତ ଯୁଦ୍ଧ ଯୋଗୁ ଦୁଇପକ୍ଷ ଦୁର୍ବଳ ହେବାରେ ଲାଗିଥିବା ସେ ସ୍ବୀକାର କରିଛନ୍ତି।

Share