ଯୁଦ୍ଧକୁ ସମାଲୋଚନା କରିବାରୁ ରୁଷିଆ ମାନବାଧିକାର କର୍ମୀଙ୍କୁ ଜେଲ

ମସ୍କୋ,୨୮।୨: ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ସମାଲୋଚନା କରିଥିବା ଜଣେ ବର୍ଷୀୟାନ ମାନବାଧିକାର ସପକ୍ଷବାଦୀଙ୍କୁ ମସ୍କୋର ଏକ ଅଦାଲତ ୩୦ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୭୦ ବର୍ଷୀୟ ଓଲେଗ ଓର୍ଲୋଭ ତାଙ୍କ ଲେଖା ମାଧ୍ୟମରେ ରୁଷୀୟ ସେନାକୁ ବାରମ୍ବାର ବଦନାମ କରିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିଲେ। ତେବେ ତାଙ୍କ ବିରୋଧରେ ମାମଲା ରାଜନୈତିକ ଉଦ୍ଦେଶ୍ୟମୂଳକ କହି ଓର୍ଲୋଭ ଏହାକୁ ଖଣ୍ଡନ କରିଥିଲେ। ତାଙ୍କୁ ସିଧାସଳଖ କୋର୍ଟରୁମ୍‌ରୁ ଜେଲକୁ ନିଆଯାଇଛି। ସୂଚନାଯୋଗ୍ୟ, ଓର୍ଲୋଭ ହେଉଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟୀ ମାନବାଧିକାରୀ ସଂଗଠନ ମେମୋରିଆଲ୍‌ର ସହ ଅଧ୍ୟକ୍ଷ। ସେ ରୁଷିଆ ସେନା ବିରୋଧରେ ଲେଖା ପ୍ରକାଶ କରିଥିଲେ। ଓର୍ଲୋଭଙ୍କୁ ଦଣ୍ଡବିଧାନ ରୁଷିଆରେ ମାନବାଧିକାର ଆନ୍ଦୋଳନର ସ୍ବର ଚାପିଦେବା ପାଇଁ ଉଦ୍ୟମ ବୋଲି ମେମୋରିଆଲ କହିଛି।

Share