୮୯ ୟୁକ୍ରେନ୍‌ ଆଥଲେଟ୍‌ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…

କ୍ୱିଭ୍‌, ୪।୭ : ରୁଷିଆ ୟୁକ୍ରେନ୍‌ର ୮୯ ଆଥଲେଟ୍‌ କୋଚ୍‌ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍‌ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି ସୂଚନା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଅଧ୍ୟକ୍ଷ ଥୋମାସ ବାଖଙ୍କ ସହିତ ୟୁକ୍ରେନ୍‌ରେ ଖେଳର ସ୍ଥିତି ନେଇ ଆଲୋଚନା ସମୟରେ ଜେଲେନସ୍କି ଏହା କହିଛନ୍ତି।

ରୁଷିଆ ବିରୋଧରେ ଯୁଦ୍ଧ ପାଇଁ କେତେକ ଆଥଲେଟ୍‌ ହାତରେ ବନ୍ଧୁକ ଧରିଥିବା ଜେଲେନସ୍କି କହିଛନ୍ତି। ଦେଶରେ ଥିବା ଖେଳ ସୁବିଧା ନଷ୍ଟ ହୋଇଯାଇଛି। ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍‌ ତାଲିମ ସୁଯୋଗରୁ ବଞ୍ଚିତ ରହିଥିବା ଜେଲେନସ୍କି କହିଛନ୍ତି। ସ୍କୁଲ କଲେଜ ରୁଷିଆ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଯାଇଛି। ଏହା ସହିତ ସେଠାରେ ଥିବା ସମସ୍ତ ଖେଳ ଭିତ୍ତିଭୂମି ସୁବିଧା ନଷ୍ଟ ହୋଇ ଯାଇଥିବା ଜେଲେନସ୍କି କହିଛନ୍ତି।

Share