ରୁଷିଆ କାର ସର୍ଭିସ ଷ୍ଟେଶନରେ ବିସ୍ଫୋରଣ ୧୨ ମୃତ, ୬୬ରୁ ଅଧିକ ଆହତ

ମସ୍କୋ,୧୫।୮: ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସମାଚାର ଏଜେନ୍ସି ଆରଆଇଏ ସ୍ଥାନୀୟ ମେୟର କାର୍ଯ୍ୟାଳୟର ସୂଚନାରୁ ଏହି ଖବର ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ମଖଚକାଲର ଗ୍ଲୋବସ ସପିଂ ସେଣ୍ଟର ନିକଟରେ ଥିବା ଏକ କାର ସର୍ଭିସ ଷ୍ଟେଶନରେ ଏହି ବିସ୍ଫୋରଣ ଘଟିଛି।

ସମସ୍ତ ଜରୁରୀକାଳୀନ ସେବା ସେଠାରେ ଉପସ୍ଥିତ ଅଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଏଜେନ୍ସି କୌଣସି ସୂଚନା ଦେଇ ନାହିଁ। ସୋସିଆଲ ମିଡିଆରେ ଯାଞ୍ଚ ହୋଇ ନ ଥିବା ଭିଡିଓରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ଏକ ସ୍ବର ଶୁଭୁଛି ଯେ ଏହି ଘଟଣା ଏକ ଗ୍ୟାସ ଷ୍ଟେସନରେ ଘଟିଛି।
ମନ୍ତ୍ରଣାଳୟ ଟେଲିଗ୍ରାମରେ ଲେଖିଛି ଯେ, ମାଖଚକାଲରେ ଅଗ୍ନିକାଣ୍ଡରେ ୬୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କର ମୃତ୍ୟୁ ହୋଇଛି। କାସପିୟନ ସାଗରରେ ଅବସ୍ଥିତ ମାଖଚକାଲା ହେଉଛି ଦାଗିସ୍ତାନର ରାଜଧାନୀ। ରୁଷିର ଦୈନିକ ଇଜଭେଷ୍ଟିଆ ଦ୍ୱାରା ଟେଲିଗ୍ରାମରେ ଉଦ୍ଧୃତ ହୋଇଥିବା ଜଣେ ସାକ୍ଷୀଙ୍କ ଅନୁଯାୟୀ, କାର୍‌ ପାର୍କିଂ ହୋଇଥିଲା ସ୍ଥାନରେ ବିସ୍ଫୋରଣ ହୋଇ ଏହା ପାଖଷର ଥିବା ପେଟ୍ରୋଲ ଷ୍ଟେଶନକୁ ବ୍ୟାପି ଯାଇ ଥିଲା।
ଅଜଣା ସାକ୍ଷୀ କହିଛନ୍ତି ଯେ ବିସ୍ଫୋରଣ ପରେ ସବୁକିଛି ଆମ ମୁଣ୍ଡରେ ପଡିଗଲା, ଆମେ ଆଉ କିଛି ଦେଖି ପାରିଲୁ ନାହିଁ। ରିୟା ନୋଭୋଷ୍ଟି ନ୍ୟୁଜ ଏଜେନ୍ସି ଦ୍ୱାରା ଟେଲିଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏକ କୋଠରୀରୁ ନିଆଁ ଲାଗିଥିବାର ଦେଖାଯାଇଥିଲା ଏବଂ ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

Share