ମସ୍କୋ/ଓ୍ବାଶିଂଟନ୍,୮।୯: ଆମେରିକା ପୁଣି ଥରେ ରୁଷିଆକୁ ଟାର୍ଗେଟ କରିଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ କ୍ରମାଗତ ଭାବରେ ନିର୍ବାଚନ କରିବ ବୋଲି କହୁଛି। ଏହା ମିଳିତ ଜାତିସଂଘର ଚାର୍ଟର ନିୟମର ଉଲ୍ଲଂଘନ ବୋଲି ଆମେରିକା କହିଛି।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ରୁଷିଆ ୟୁକ୍ରେନ ଅଧୀନରେ ଥିବା ଅଞ୍ଚଳରେ ଏହାର ଅଧିକାରକୁ ଆହୁରି ମଜଭୁତ କରିବାକୁ ଚାହୁଁଛି। ସେଥିପାଇଁ ସେ ଏଠାରେ ନିର୍ବାଚନ କରୁଛି, ଯାହା କେବଳ ଏକ ଲଜ୍ଜାଜନକ ଘଟଣା। ଯୁଦ୍ଧ ଚାଲିଥିବାବେଳେ ଏଭଳି ନିର୍ବାଚନ କରିବା କେବଳ ପ୍ରତାରଣା।
କ୍ରେମଲିନ ଆଶା କରିଛି ଯେ, ନିର୍ବାଚନ ହେଲେ ୟୁକ୍ରେନର ଅଧିକୃତ ଅଂଶ ପାଇଁ ରୁଷିଆର ଦାବିକୁ ଦୃଢ କରିବ, କିନ୍ତୁ ଏହା ଏକ ପ୍ରଚାର ଅଭ୍ୟାସ ଛଡା ଆଉ କିଛି ନୁହେଁ ବୋଲି ଆମେରିକାର ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆମେରିକା କ୍ରମାଗତ ଭାବରେ ୟୁକ୍ରେନ ସପକ୍ଷରେ ଅଛି। ଏଭଳି ପରିସ୍ଥିତିରେ ଆମେରିକା ଥରେ ସ୍ପଷ୍ଟ କରି ଦେଇଛି ଯେ ୟୁକ୍ରେନର କୌଣସି ଅଞ୍ଚଳରେ ରୁଷିଆର ଦାବିକୁ ଏହା କଦାପି ସ୍ବୀକୃତି ଦେବ ନାହିଁ।